oom

ମାଲପଡାରେ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିଲେ : ଧରିଲା ଟାଉନ ପୁଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କଫ୍‌ ସିରଫ୍‌ ଚୋରା ଚାଲାଣ ମାମାଲା ବଢି ବଢି ଚାଲିଥିବା ବେଳେ ଆଜି ସହରର ମାଲପଡାରେ ଏକ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିବା ସମୟରେ ବଲାଙ୍ଗିର ଟାଉନ ପୁଲିସ ଚଢାଉ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁସାରେ ଟାଉନ ଥାନା ଏ.ଏସ୍‌.ଆଇ ପେଟ୍ରୋଲିଂ କରୁଥିବା ବେଳେ ଅବୈଧ ଭାବରେ ମାଲପଡାର ଏକ କିରାଣା ଦୋକାନରେ କଫ୍‌ ସିରଫ୍‌ ବିକ୍ରି ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସଙ୍ଗେ ସଙ୍ଗେ ଚଢାଉ କରିଥିଲେ । ଚଢାଉରେ କିରାଣା ଦୋକାନର ମାଲିକ ଧୁବା ନାଏକକୁ ଟାଉନ ଥାନା କେସ ନଂ-୯୫ ତା.୨୭/୦୨/୨୦୨୩ ରିଖ ଦଫା-୨୭୪/୨୭୫ ଭା.ଦ.ଆରେ ଗିରଫ କରିବା ସହ ତା’ଠାରୁ ୬ଟି ସିଲ ଥିବା ଏସକଫ୍‌ କଫ୍‌ ସିରଫ୍‌ ବୋତଲ, ଗୋଟିଏ ସ୍ଟ୍ରିପ୍‌ ନିଶା ବଟିକା ଓ ଗୋଟିଏ ପାଣି ବୋତଲକୁ ଜବତ କରିଥିଲା ପୁଲିସ । ଗିରଫ ପରେ ଆଜି ଏହି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଉପଖଣ୍ଡ ପୋଲିସ ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.