୪୨ ବୋତଲ କଫ୍‌ ସିରପ ଜବତ : ଜଣେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ଧୁମାଭଟା ବସଷ୍ଟାଣ୍ଡରୁ ୪୨ ବୋତଲ ବେଆଇନ କଫ୍‌ ସିରପ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଧୁମାଭଟା ଗ୍ରାମର ଧରଣି ଧର ପ୍ରଧାନ (୪୧) । କୋର୍ଟରେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ପାଟଣାଗଡ଼ ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ାଙ୍କ ନେତୃତ୍ବରେ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗଙ୍କ ସହ ଏକ ଟିମ୍ ଗଠନ କରି ଧୁମାଭଟା ବସଷ୍ଟାଣ୍ଡରେ ଛପି ରହିଥିଲେ । ଧୁମାଭଟା ଗ୍ରାମର ଧରଣିଧର ପ୍ରଧାନ ଏକ ବ୍ୟାଗ୍ ଧରି ବସଷ୍ଟାଣ୍ଡ ଆଡ଼କୁ ଚାଲି ଚାଲି ଆସୁଥିବା ସମୟରେ ତାକୁ ଅବକାରୀ ବିଭାଗ କାବୁ କରିଥିଲେ । ବ୍ୟାଗ୍‌କୁ ଯାଞ୍ଚ୍ କରିବା ପରେ ସେଥିରୁ କଫ୍‌ ସିରପ୍‌ ବାହାରିଥିଲା । ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.