ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରରେ ଚାଳିଛି ନିଶା କାରବାର । ଥାନା ନିକଟରେ ଥିବା ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଗତକାଲି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ ସବ୍‌ଜେଲରେ କାର୍ୟ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ କ୍ୱାର୍ଟରରୁ ୨ହଜାର ବୋତଲ କଫ ସିରଫ ଜବତ କରାଯାଇଥିବା ସୂଚନା ମିଳିଛି । ପୋଲିସ ସୁଇପର ସିନ୍ଦ୍ରିଆଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଥିବା ଜଣା ପଡିଛି ।

ସୂଚନା ଅନୁସାରେ ଏହି କାରବାରରେ ଏକ ର୍ୟାକେଟ ଥିବା ଅନୁମାନ କରାଯାଉଛି । ଏ ସକ୍ରାନ୍ତରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀ କହିଛନ୍ତି, ଘଟଣାର ଅଧିକ ତଦନ୍ତ ଚାଲିଛି । ଏଥିରେ ସପ୍ସପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ସ୍ଥାନୀୟ ଟାଉନ ଥାନାର କିଛି ଦୂରରେ ରହିଥିବା ଜେଲ ପରିସରରୁ ଜଣେ ଜେଲ କର୍ମଚାରୀଙ୍କ ସରକାରୀ କ୍ୱାର୍ଟରରୁ ବିପୁଳ ପରିମାଣର କଫ ସିରଫ ଜବତ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷେ ଜେଲ କର୍ମଚାରୀଙ୍କ କ୍ୱାର୍ଟରରେ କଫ ସିରଫ ସୁରକ୍ଷିତ ରଖିବାକୁ ନିଶା ମାଫିଆମାନେ ଉଚିତ ମଣିଥିବା ଏବଂ ସେଠାରୁ ଜେଲରେ ବିଚାରାଧୀନ ଭାବେ ରହିଥିବା ନିଶା ଅଭ୍ୟସ୍ତ ବନ୍ଦୀମାନଙ୍କୁ ତାହା ଯୋଗାଇ ଦିଆଯାଉଥିଲା ବୋଲି ଆଲୋଚନା ହେଉଛି । ଏହା ସହିତ ନିଶା ମାଫିଆମାନେ କଫ ସିରଫ ଗଚ୍ଛିତ ରଖି ଅନ୍ୟତ୍ର ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଏହି ସପ୍ସପର୍କରେ ପଚାରିବାରୁ ଜେଲର୍‌ ଅଞ୍ଜଳି ପଟେଲ କହିଛନ୍ତି, ଏ ବିଷୟରେ ସେ କିଛି ଜାଣି ନାହାନ୍ତି । ପୋଲିସ ଚଢାଉ କରିଥିଲା ଏବଂ ପୋଲିସ ହିଁ କହି ପାରିବ । ତେବେ ପୋଲିସ ଚଢାଉ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି ଏବଂ ସପ୍ସପୃକ୍ତ ସୁଇପରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲର୍‌ ପଟେଲ କହିଛନ୍ତି ।

Leave A Reply

Your email address will not be published.