ପଦ୍ମପୁରରେ କରୋନା ଟୀକାକରଣ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସାରା ଦେଶରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ଏମସିଏଚ ବିଲଡିଂ ଟୀକାକରଣ କେନ୍ଦ୍ରରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନକରି ଟୀକାକରଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଟୀକାକରଣ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଟୀକାକରଣ ପ୍ରବେଶ ଦ୍ବାରରେ ଥର୍ମାଲ ସ୍ମାନିଂ, ହାତ ସାନିଟାଇଜ୍ ସହିତ ପରିଚୟ ପତ୍ର ଯାଞ୍ଚକରି ରେଜିଷ୍ଟଭୁକ୍ତ ମୋବାଇଲରେ ଟୀକାକରଣ ସମ୍ବନ୍ଧୀୟ ବାର୍ତ୍ତା ନିରୀକ୍ଷଣ କରାଯାଇ ବିଶ୍ରାମ ଗୃହକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ଟୀକାକରଣ ପାଇଁ ବିଶ୍ରାମ ଗୃହ, ଟୀକାକରଣ ଗୃହ ଓ ନୀରିକ୍ଷଣ ଗୃହ ପ୍ରସ୍ତୁତି କରାଯାଇଥିଲା । ଟୀକାକରଣରେ ପ୍ରଥମ ଟୀକା ଉପଖଣ୍ତ ଚିକିତ୍ସାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ଲମ୍ବୋଦର ପଟେଲଙ୍କୁ ପ୍ରଦାନ କରାଯାଇଥିଲା । ଆଜି ରେଜିଷ୍ଟ୍ରିଭୁକ୍ତ ୧୦୦ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ଡଃ ତହସିଲ ସାହୁ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୁଏ, ହସ୍ପିଟାଲ୍‌ ମେନେଜର ଶ୍ରୀ ଦିବ୍ୟ କୁମାର ମେହେର, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସିଡିପିଓ ସୁନୀତା ଦେବତା, ଡା ତ୍ୟାଗରାଜ ସିଂଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଟେକନିସିଏନ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!