କରୋନା ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ୍‌) : ମହାମାରୀ କରୋନାର ଆସନ୍ନ ତୃତୀୟ ଲହର ଆଶଙ୍କାରେ ସାରା ଦେଶ ଆତଙ୍କିତ । ପ୍ରଥମ ଓ ଦ୍ଵିତୀୟ ଲହର ଭଳି ତୃତୀୟ ଲହରରେ କଣ ହେବ, ତାହାକୁ ନେଇ ସାଧରଣ ଲୋକଙ୍କ ମଧ୍ୟରେ ସଂଶୟ ରହିଛି । ଏଭଳି ସ୍ଥିତିରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ଓ କ୍ରାଏ, କୋଲକାତା ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ପାଣ୍ଡେସରା ଗ୍ରାମରେ ମହିଳା ସଂଗଠନର ସଦସ୍ୟଙ୍କୁ ନେଇ ନାରାବାଜି ଓ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପିଣ୍ଟୁ ପଧାନ, ଅଙ୍ଗନବାଡି କର୍ମୀ ଦଶମୀ ତାଣ୍ଡି, ଗୁପ୍ତେଶ୍ୱରୀ ପଧାନ, ଆଶାକର୍ମୀ ଭାନୁମତି ପଧାନ ଓ ନମିତା ପଧାନ ପରିଚାଳନା କରିଥିଲେ ।

Leave A Reply

Your email address will not be published.