om academy

କରୋନା ରୋଗୀଙ୍କୁ ସାକ୍ଷାତ କଲେ ହିଞ୍ଜିଳି ପୌରପରିଷଦ ଅଧିକାରୀ

jsm

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ରବିବାର ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ଏଠାରେ କଣ କଣ ସବୁ ସୁବିଧା ଅସୁବିଧା ରହିଛି ତାହା ଦେଖିବା ପାଇଁ ପିପିଇ କିଟ ପରିଧାନ କରି ଡିସିଏଚସିରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ, ପାନୀୟ, ଔଷଧ, ଚିକିତ୍ସା ଆଦି ପଚାରି ବୁଝିଥିଲେ । ରୋଗୀ ମାନେ ଚିକିତ୍ସା, ସ୍ୱଚ୍ଛତା, ଖାଦ୍ୟ ଆଦି ସେବାରେ ସନ୍ତୋଷ ପ୍ରକାଶ କରିଥିବା କଥା ଡ଼ଃ ମନୋରଞ୍ଜନ ସାହୁ ଏବଂ କାର୍ଯ୍ୟରତ ଡ଼ଃ ପ୍ରକାଶ ରାଏଙ୍କୁ କହିଥିଲେ । ରୋଗୀ ମାନଙ୍କ ମନ ବଳ ଦୃଢ କରିବା ସହ ଯଦି କିଛି ସମସ୍ୟା ଆସିଲେ ତୁରନ୍ତ ଡାକ୍ତରଙ୍କୁ ଜଣେଇବା ନିମନ୍ତେ ପରାମର୍ଶ ଦେଇଥିଲେ । ମନକୁ ଯଦି ଦୃଢ଼ ରଖିବା ଏବଂ ସକରାତ୍ମକ ଚିନ୍ତା କରିବା ତେବେ ନିଶ୍ଚିତ ଭାବେ ସୁସ୍ଥ ହୋଇ ସମସ୍ତେ ଘରକୁ ଫେରିବା ବୋଲି ଦୃଢ଼ତାର ସହ କହିଥିଲେ । ନିୟୋଜିତ ଥିବା ଡାକ୍ତର ଡଃ ଗୋଲକ ବିହାରୀ ନାୟକ ଓ ଅନାମ ମହାପାତ୍ର ଏବଂ ନାରାୟଣ ନାୟକ ଏଚ୍‌ଏମ୍‌କଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିଥିଲେ ଚିକିତ୍ସାଧିନରେ ଥିବା ରୋଗୀ । ସଂକ୍ରାମଣ ହାର ବୃଦ୍ଧି ପାଉଛି ସେଥିପାଇଁ ସମସ୍ତେ ସଚେତନ ହେବା ସହ ଲକଡାଉନ ଓ କୋଭିଡ଼ ନିୟମକୁ ଯଦି ଆମେ ଠିକ ଭାବେ ମାନିଚଳିବା ତେବେ ଦ୍ରୁତ କୋଭିଡ଼ ସଂକ୍ରମଣ ଚେନକୁ ଛିଣ୍ଡେଇ ପାରିବା ବୋଲି ଡ଼ଃ ମନୋରଞ୍ଜନ ସାହୁ ଇଓ କମ୍‌ ଏନ୍‌ଏଓ ଏବଂ ଡ଼ଃ ଶଶାଙ୍କ ଶେଖର ପଣ୍ଡା ଏଚ୍‌ଏମୁ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କହିଥିଲେ ।

Leave A Reply

Your email address will not be published.