ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଏବେ ଖସୁଛି କରୋନା ସଂକ୍ରମଣ । ସୁସ୍ଥତା ହାର ବେଶ୍ ବଢ଼ି ବଢ଼ି ଚାଲିଛି । ଏଥିରେ ରାଜ୍ୟବାସୀ ଟିକେ ଆଶ୍ୱସ୍ତି ପାଇଛନ୍ତି । ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୭୬୭୫୦କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୫୩ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୨୬୬୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୧୬, ବାଲେଶ୍ୱରରୁ ୧୯୫, ବରଗଡ଼ରୁ ୧୬୪, ଭଦ୍ରକରୁ ୨୨୮, ବଲାଙ୍ଗିରରୁ ୮୩, ବୌଦ୍ଧରୁ ୧୧୨, କଟକରୁ ୬୪୦, ଦେବଗଡ଼ରୁ ୨୯, ଢେ଼ଙ୍କାନାଳରୁ ୧୨୩, ଗଜପତିରୁ ୩୦, ଗଂଜାମରୁ ୯୩, ଜଗତସିଂହପୁରରୁ ୨୧୮, ଯାଜପୁରରୁ ୫୬୩, ଝାରସୁଗୁଡ଼ାରୁ ୮୬, କଳାହାଣ୍ଡିରୁ ୮୦, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୨୨୭, କେଉଁଝରରୁ ୧୫୫, ଖୋର୍ଦ୍ଧାରୁ ୪୯୫, କୋରାପୁଟରୁ ୧୮୦, ମାଲକାନଗିରିରୁ ୧୦୭, ମୟୁରଭଂଜରୁ ୩୫୨, ନବରଂଗପୁରରୁ ୧୬୬, ନୟାଗଡ଼ରୁ ୧୬୧, ନୂଆପଡ଼ାରୁ ୩୬, ପୁରୀରୁ ୩୯୮, ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୦୩, ସୋନପୁରରୁ ୫୨, ସୁନ୍ଦରଗଡ଼ରୁ ୨୭୨ ଓ ଷ୍ଟେଟ ପୁଲ୍ରୁ ୧୦୩ ଚିହ୍ନଟ ହୋଇଛନ୍ତି ।
Prev Post