ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୧,୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୯,୬୩୯ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୯ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୪୮୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୬୪, ବାଲେଶ୍ୱରରୁ ୫୦୯, ବରଗଡ଼ରୁ ୩୩୯, ଭଦ୍ରକରୁ ୪୮୯, ବଲାଙ୍ଗିରରୁ ୨୯୮, ବୌଦ୍ଧରୁ ୨୭୩, କଟକରୁ ୯୪୪, ଦେବଗଡ଼ରୁ ୧୨୫, ଢେ଼ଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଂଜାମରୁ ୨୧୪, ଜଗତସିଂହପୁରରୁ ୩୧୮, ଯାଜପୁରରୁ ୩୯୬, ଝାରସୁଗୁଡ଼ାରୁ ୧୧୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୫୦, କେଉଁଝରରୁ ୧୬୯, ଖୋର୍ଦ୍ଧାରୁ ୧୪୫୧, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ମୟୁରଭଂଜରୁ ୬୩୫, ନବରଂଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ନୂଆପଡ଼ାରୁ ୧୧୪, ପୁରୀରୁ ୪୭୩, ରାୟଗଡ଼ାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୭୦୮ ଓ ଷ୍ଟେଟ ପୁଲ୍ରୁ ୨୫୪ ଚିହ୍ନଟ ହୋଇଛନ୍ତି ।
Prev Post