ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୬ ଜଣ ରହିଥିବା ବେଳେ ସୁନ୍ଦରଗଡ଼ରୁ ୪ ଜଣ ରହିଛନ୍ତି । ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ସମ୍ବଲପୁର ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ଦେବଗଡ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.