oum

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

jsm

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ପୁରୀ, କଳାହାଣ୍ଡି ଓ ଗଞ୍ଜାମରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ଜଗତସିଂହପୁର, ଝାରସୁଗୁଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବରଗଡ, ବୌଦ୍ଧ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଛନ୍ତି । ସମ୍ବଲପୁର, ନୂଆପଡା, କେନ୍ଦୁଝର, କନ୍ଧମାଳ, ଗଜପତି ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.