ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ୬୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୧୬ଟି ଜିଲ୍ଲାରୁ ସଂକ୍ରମିତମାନେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ବୌଦ୍ଧରୁ ଆଉ ୫ ଜଣ ପ୍ରାଣ ହରାଇଛନ୍ତି । ବରଗଡ଼ ଓ ନୟାଗଡ଼ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଜପତି, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଭଦ୍ରକ, ବଲାଙ୍ଗିର, ଜଗତସିଂହପୁର, ଯାଜପୁର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିକଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.