ବୌଦ୍ଧ, (ମମତା ମହାକୁର) : ଗତ ୫ ତାରିଖରୁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଜିଲ୍ଲାରେ ବଳବତ୍ତର ରହିଛି କିନ୍ତୁ ଲାଗୁଛି ଯେମିତି ସାହାଜପାଲ୍ ବଜାର ଏ ସବୁର ଉଦ୍ଧ୍ୱର୍ରେ । ସକାଳ ୬ ଘଣ୍ଟା ସମୟରୁ ୧୧ ଘଣ୍ଟା ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିବାକୁ ନିୟମ କୋହଳ ହୋଇଥିଲେ ମଧ୍ୟ ସବୁ କିସମର ଦୋକାନ ଖୋଲା ରହୁଥିବା ଅଭିଯୋଗ ହେଉଛି । ସକାଳେ ବସୁଥିବା ପରିବା ବଜାରରେ ଲୋକଙ୍କ ପ୍ରବଳ ଭିଡ ସହ କୋଭିଡ୍ ନିୟମର ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ସାପ୍ତାହିକ ବଜାର ଅପରାହ୍ନରେ ଯଥାରୀତି ବସୁଛି । ସାହାଜପାଲ୍ ଓ ଆଖପାଖ ଅଂଚଳ କରୋନାର ହଟସ୍ପଟ୍ ସାଜିଥିବା ବେଳେ ଏ ସବୁ ଦେଖିବାକୁ ବାଉଁଶୁଣୀ ପୋଲିସର ସମୟ ନାହିଁ ବୋଲି ଜନସାଧାରଣରେ ବ୍ୟଙ୍ଗୋକ୍ତି ପ୍ରକାଶ ପାଉଛି । ସାହାଜପାଲ୍ ଛକ ଠାରୁ ୨/୩ କିଲୋମିଟର ମଧ୍ୟରେ ଥିବା ମୁଣ୍ଡିପଦର, ପଲସପାଟ କଙ୍କଲା, ସଂଗ୍ରାମ ପୁର୍, ସାହାଜପାଲ୍ ଆଦି ଗ୍ରାମରେ ଶହ ଶହ କରୋନା ପଜିଟିଭ ଚିହ୍ନଟ ହୋଇଛି । କିଛି ଗ୍ରାମରେ କଣ୍ଟେନମେଣ୍ଟ ମଧ୍ୟ କରାଯାଇଛି ମାତ୍ର ଲୋକେ ଅମାନିଆ ହୋଇ ନୀତି ନିୟମ ଉଲଙ୍ଘନ କରୁଛନ୍ତି । ବାଉଁଶୁଣୀ ପୋଲିସ ନିୟମ ଉଲଙ୍ଘନକାରୀ ବ୍ୟବସାୟୀ କିମ୍ବା ଅମାନିଆ ଜନସାଧାରଣ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜି ଥିବାରୁ ସାହାଜପାଲ୍ ଅଂଚଳରେ କୋଭିଡ୍ ନିୟମର ଖୋଲାଖୋଲି ଉଲଙ୍ଘନ ହେଉଥିବା ସଚେତନ ନାଗରୀକ ମହଲରେ ଆଲୋଚନା ହେଉଛି । ସାହାଜପାଲରେ ଥିବା ବଣିକ ସଂଘ ଏ ସମ୍ପର୍କରେ ବ୍ୟବସାୟୀ ଓ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଉଥିଲେ ମଧ୍ୟ ସେମାନେ ଅମାନିଆ ହେଉଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ଅଧୀକ୍ଷକ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରୀକ ମହଲରେ ଦାବୀ ହେଉଛି ।
Next Post