କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁ ସମ୍ମାନିତ

ସମ୍ବଲପୁର, (କରୁଣାକର ବୁଡେକ) : ହୀରାକୁଦ ଲାୟନ୍ସ କ୍ଲବ ପକ୍ଷରୁ କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି । କରୋନା ମହାମାରୀ ସମୟରେ ସମର୍ପିତ ସେବା ଓ ଚିକିତ୍ସା ପ୍ରଦାନ ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ଲାରଫଙ୍କର କଳ୍ପତରୁ ଆଶ୍ରମରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.