ଗତ ୨୪ ଘଂଟାରେ ରାଜ୍ୟରେ ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୮୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୮, ବାଲେଶ୍ୱରରୁ ୩୪, ବରଗଡ଼ରୁ ୧୪, ଭଦ୍ରକରୁ ୯, ବୌଦ୍ଧରୁ ୩, କଟକରୁ ୧୦୧, ଦେବଗଡ଼ରୁ ୯, ଢେ଼ଙ୍କାନାଳରୁ ୧୯, ଗଂଜାମରୁ ୧୩, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୩, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାରୁ ୯, କେଉଁଝରରୁ ୧୦, ଖୋର୍ଦ୍ଧାରୁ ୨୨୨, କୋରାପୁଟରୁ ୩, ମାଲକାନଗିରିରୁ ୩, ମୟୁରଭଂଜରୁ ୨୭, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୦, ପୁରୀରୁ ୨୬, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦, ସୋନପୁରରୁ ୬, ସୁନ୍ଦରଗଡରୁ ୨୦ ଓ ଷ୍ଟେଟ ପୁଲ୍‌ରୁ ୪୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.