oom

ବଲାଙ୍ଗିର ଜିଲ୍ଲାରେ ଆଜି ୯୧ ଆକ୍ରାନ୍ତ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୮

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହୋଇଥିବା ବେଳେ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୮ ଜଣ ସଂକ୍ରମିତ ହୋଇଥିବା ନେଇ ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୭ରୁ ୧, ୧୦ରୁ ୩, ୧୧ରୁ ୧, ୧୫ରୁ ୨, ୧୮ରୁ ୪, ୧୯ରୁ ୨, ୨୦ରୁ ୩ ଓ ୨୧ରୁ ୧ ଏବଂ ଟିଟିଲାଗଡ଼ ପୌରାଂଚଳର ୱାର୍ଡ ନଂ. ୨ରୁ ୧, ୩ରୁ ୧, ୪ରୁ ୧, ୬ରୁ ୧, ୮ରୁ ୩ ଓ ୧୨ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଝରନିପାଲି ଗ୍ରା.ପ.ରୁ ୩, ବଲାଙ୍ଗିର ବ୍ଲକ୍‌ ଖୁଣ୍ଟପାଲି ଗ୍ରା.ପ.ରୁ ୨, କୁଡ଼ାସିଂଗା ଗ୍ରା.ପ.ରୁ ୧, ମନହୀରା ଗ୍ରା.ପ.ରୁ ୧, ସାହାଜବାହାଲ ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଲଧା ଗ୍ରା.ପ.ରୁ ୧, ଖଏରା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ କପାଣି ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୩, ସିହିନୀ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ବଡ଼ଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ସମରା ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସି ୱାର୍ଡ ନଂ.୫ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ରୁ ୩, ୪ରୁ ୧, ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରା.ପ.ରୁ ୪, ଖପ୍ରାଖୋଲ ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ବୁର୍ଡା ଗ୍ରା.ପ.ରୁ ୧, କୁଶମେଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ମାଲିଶିରା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ସୋଲବନ୍ଧ ଗ୍ରା.ପ.ରୁ ୧, ବରପଦର ଗ୍ରା.ପ.ରୁ ୪, ମାଟିଆଭଟା ଗ୍ରା.ପ.ରୁ ୧, ଘଁସିଏନ୍‌ ଗ୍ରା.ପ.ରୁ ୧ ଓ କେନ୍ଦୁମୁଣ୍ଡି ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୮ରୁ ୨, ୧୫ରୁ ୨, ପୁଇଁନ୍ତଲା ବ୍ଲକ୍‌ ଲୁକାପଡ଼ା ଗ୍ରା.ପ.ରୁ ୧, ପୁଇଁନ୍ତଲା ଗ୍ରା.ପ.ରୁ ୧, ବହଲପଦର ଗ୍ରା.ପ.ରୁ ୩, ବଏଁରାସର ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୩, କୁଇକେଡ଼ା ଗ୍ରା.ପ.ରୁ ୧, କରମତଲା ଗ୍ରା.ପ.ରୁ ୨, ଟିଟିଲାଗଡ଼ ବ୍ଲକ୍‌ ସିରୁଲ ଗ୍ରା.ପ.ରୁ ୧, ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୧, ମନିଗାଁ ଗ୍ରା.ପ.ରୁ ୧, ଭାଲେଗାଁ ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ଚଉଲସୁଖା ଗ୍ରା.ପ.ରୁ ୩ ଓ ଧାମନ୍‌ଡ଼ଙ୍ଗା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮୫ ଜଣ ଏବେ ଏକ୍‌ଟିଭ୍‌ ରହିଛନ୍ତି ।

jittmm
Leave A Reply

Your email address will not be published.