ଏବେ ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ : ଆଜି ମାତ୍ର ୨ ଜଣ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ଜିଲ୍ଲାରେ ମାତ୍ର ୯ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ସମୁଦାୟ ୮୭୪୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୬୯୮ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି ଜିଲ୍ଲାରେ ମାତ୍ର ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୫ରୁ ଜଣେ ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ଜଣେ ଆକ୍ରାନ୍ତ ହୋଇଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.