ବଲାଙ୍ଗିର ଜିଲ୍ଲାରେ ଆଜି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୧୨୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଗଲପୁର ବ୍ଲକ କୁଟାସିଂହା ଗ୍ରା.ପ.ରୁ ଜଣେ , ବଲାଙ୍ଗିର ବ୍ଲକ ବରକାନୀ ଓ ଚୁଡ଼ାପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨୧ରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ ଅର୍‌ସାତୁଲା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ ବେଲପଡ଼ା ଗ୍ରା.ପ.ରୁ ଜଣେ ଓ ପର୍ଲ୍ଲୀମାଲ ଗ୍ରା.ପ.ରୁ ୨ ଜଣ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ଜଣେ, ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ କତରକେଲା ଗ୍ରା.ପ.ରୁ ଜଣେ ଓ ତୁରେକେଲା ବ୍ଲକ କରୁଆଁମୁଣ୍ଡା ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.