ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଦେଓଗାଁ ବ୍ଲକ ଘୁଡ଼କାପଡ଼ା ଓ ବନ୍ଧପଡ଼ା ଗ୍ରା.ପ.ରେ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରା.ପ.ରେ ଜଣେ, ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ଛତାପିପଲ ଗ୍ରା.ପ.ରୁ ଜଣେ ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ଜଣେ କରୋନା ସଂକ୍ରମିତ ହୋଇଥିବା ଖବରରେ କୁହାଯାଇଛି । ତେବେ ବର୍ତ୍ତମାନ ୧୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.