ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୯୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୮୩୪୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୫ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୪୩୫୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୩୦୪, ବରଗଡରୁ ୧୫୨, ଭଦ୍ରକରୁ ୧୨୯, ବଲାଙ୍ଗିରରୁ ୨୫୩, ବୌଦ୍ଧରୁ ୭୬, କଟକରୁ ୯୪୦, ଦେବଗଡରୁ ୭୮, ଢେଙ୍କାନାଳରୁ ୮୩, ଗଜପତିରୁ ୧୦୦, ଗଞ୍ଜାମରୁ ୮୭, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୯୦, ଝାରସୁଗୁଡାରୁ ୧୫୭, କଳାହାଣ୍ଡିରୁ ୧୯୪, କନ୍ଧମାଳରୁ ୮୩, କେନ୍ଦ୍ରାପଡାରୁ ୧୦୬, କେଉଁଝରରୁ ୧୨୩, ଖୋର୍ଦ୍ଧାରୁ ୩୦୩୬, କୋରାପୁଟରୁ ୨୦୨, ମାଳକାନଗିରିରୁ ୫୮, ମୟୁରଭଞ୍ଜରୁ ୧୫୬, ନବରଙ୍ଗପୁରରୁ ୧୬୨, ନୟାଗଡରୁ ୧୪୯, ନୂଆପଡାରୁ ୧୯୬, ପୁରୀରୁ ୧୪୦, ରାୟଗଡାରୁ ୨୦୮, ସମ୍ବଲପୁରରୁ ୨୪୭, ସୁବର୍ଣ୍ଣପୁରରୁ ୧୮୦, ସୁନ୍ଦରଗଡରୁ ୧୫୦୫ ଓ ଷ୍ଟେଟ ପୁଲ୍ରୁ ୬୬୪ ଚିହ୍ନଟ ହୋଇଛନ୍ତି ।