ରାଜ୍ୟରେ ଗତ ୨୪ ଘଂଟାରେ ୧୧ ହଜାର ୬୦୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୬୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୯୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୪୭୭୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୭୨୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୭୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୮୫, ବାଲେଶ୍ୱରରୁ ୩୦୫, ବରଗଡରୁ ୧୫୪, ଭଦ୍ରକରୁ ୧୫୩, ବଲାଙ୍ଗିରରୁ ୨୨୯, ବୌଦ୍ଧରୁ ୭୮, କଟକରୁ ୮୯୮, ଦେବଗଡରୁ ୭୫, ଢେଙ୍କାନାଳରୁ ୭୧, ଗଜପତିରୁ ୮୭, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୨୩୧, ଝାରସୁଗୁଡାରୁ ୨୧୯, କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୮୦, କେନ୍ଦ୍ରାପଡାରୁ ୧୧୯, କେଉଁଝରରୁ ୧୨୧, ଖୋର୍ଦ୍ଧାରୁ ୪୩୪୭, କୋରାପୁଟରୁ ୧୬୮, ମାଳକାନଗିରିରୁ ୮୫, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୧୪୯, ନୟାଗଡରୁ ୨୦୬, ନୂଆପଡାରୁ ୧୬୬, ପୁରୀରୁ ୧୫୭, ରାୟଗଡାରୁ ୨୨୯, ସମ୍ବଲପୁରରୁ ୩୯୦, ସୁବର୍ଣ୍ଣପୁରରୁ ୧୧୪, ସୁନ୍ଦରଗଡରୁ ୧୨୧୯ ଓ ଷ୍ଟେଟ ପୁଲ୍‌ରୁ ୮୭୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.