jayashree

ଗତ ୨୪ ଘଂଟାରେ ୪୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୧୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୧୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୨, ବାଲେଶ୍ୱରରୁ ୧୨୩, ବରଗଡରୁ ୫୬, ଭଦ୍ରକ ୭, ବଲାଙ୍ଗିରରୁ ୯୯, ବୌଦ୍ଧରୁ ୬, କଟକରୁ ୩୬୦, ଦେବଗଡରୁ ୩୬, ଢେଙ୍କାନାଳରୁ ୯, ଗଜପତିରୁ ୩୨, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୬୩, ଯାଜପୁରରୁ ୮୩, ଝାରସୁଗୁଡାରୁ ୧୫୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୦, କେଉଁଝରରୁ ୪୩, ଖୋର୍ଦ୍ଧାରୁ ୧୬୧୯, କୋରାପୁଟରୁ ୬୫, ମାଳକାନଗିରିରୁ ୩, ମୟୁରଭଞ୍ଜରୁ ୧୧୩, ନବରଙ୍ଗପୁରରୁ ୩୭, ନୟାଗଡରୁ ୩୪, ନୂଆପଡାରୁ ୩୨, ପୁରୀରୁ ୧୧୯, ରାୟଗଡାରୁ ୩୧, ସମ୍ବଲପୁରରୁ ୪୩୭, ସୁବର୍ଣ୍ଣପୁରରୁ ୪୬, ସୁନ୍ଦରଗଡରୁ ୬୬୨ ଓ ଷ୍ଟେଟ ପୁଲ୍‌ରୁ ୩୧୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.