ଗତ ୨୪ ଘଂଟାରେ ୭୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୦୬୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୨୬୭୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୩୯୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୪୯, ବାଲେଶ୍ୱରରୁ ୪୨୬, ବରଗଡ଼ରୁ ୧୮୯, ଭଦ୍ରକରୁ ୨୮୭, ବଲାଙ୍ଗିରରୁ ୬୧, ବୌଦ୍ଧରୁ ୧୨୮, କଟକରୁ ୭୨୦, ଦେବଗଡ଼ରୁ ୭୨, ଢେ଼ଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଂଜାମରୁ ୧୫୩, ଜଗତସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୨୨୩, କେଉଁଝରରୁ ୧୬୬, ଖୋର୍ଦ୍ଧାରୁ ୧୦୬୨, କୋରାପୁଟରୁ ୧୮୫, ମାଲକାନଗିରିରୁ ୧୦୪, ମୟୁରଭଂଜରୁ ୪୪୨, ନବରଂଗପୁରରୁ ୨୧୯, ନୟାଗଡ଼ରୁ ୨୧୯, ନୂଆପଡ଼ାରୁ ୪୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧, ସୁନ୍ଦରଗଡ଼ରୁ ୨୭୦ ଓ ଷ୍ଟେଟ ପୁଲ୍‌ରୁ ୧୮୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.