ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୯୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୦୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୨, ବରଗଡରୁ ୧, ଭଦ୍ରକରୁ ୨, କଟକରୁ ୨୨, ଦେବଗଡରୁ ୭, ଢେଙ୍କାନାଳରୁ ୨, ଗଜପତିରୁ ୨, ଜଗତସିଂହପୁରରୁ ୯, ଯାଜପୁରରୁ ୮, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୧, କେନ୍ଦ୍ରାପଡା ୭, କେଉଁଝରରୁ ୭, ଖୋର୍ଦ୍ଧାରୁ ୧୧୫, କେରାପୁଟରୁ ୩, ମାଲକାନଗିରିରୁ ୧, ମୟୁରଭଂଜରୁ ୧୨, ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲ୍ରୁ ୨୬ ଚିହ୍ନଟ ହୋଇଛନ୍ତି ।