
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୩୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୯ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୨୧୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୫, ବରଗଡରୁ ୨, ଭଦ୍ରକରୁ ୭, ବଲାଙ୍ଗିରରୁ ୧, ବୌଦ୍ଧରୁ ୨, କଟକରୁ ୧୧୦, ଢେଙ୍କାନାଳରୁ ୧, ଗଜପତିରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୯, ଯାଜପୁରରୁ ୧୦, କଳାହାଣ୍ଡିରୁ ୬, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୦୦, କୋରାପୁଟରୁ ୨, ମାଳକାନଗିରିରୁ ୧, ମୟୁରଭଞ୍ଜରୁ ୮, ନବରଙ୍ଗପୁରରୁ ୧, ନୟାଗଡରୁ ୯, ନୂଆପଡାରୁ ୪, ପୁରୀରୁ ୧୪, ସମ୍ବଲପୁରରୁ ୮, ସୋନପୁରରୁ ୧, ସୁନ୍ଦରଗଡରୁ ୪୯, ଷ୍ଟେଟପୁଲରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି ।