centurian jitm

ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୫୯୦୧ ଆକ୍ରାନ୍ତ ଚିହ୍ନଟ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୯୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୩୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୩୨୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୮୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୯୩, ବାଲେଶ୍ୱରରୁ ୩୦୦, ବରଗଡରୁ ୧୦୨, ଭଦ୍ରକରୁ ୯୬, ବଲାଙ୍ଗିରରୁ ୧୮୪, ବୌଦ୍ଧରୁ ୭୮, କଟକରୁ ୪୦୨, ଦେବଗଡରୁ ୮୯, ଢେଙ୍କାନାଳରୁ ୭୩, ଗଜପତିରୁ ୬୯, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୬୩, କଳାହାଣ୍ଡିରୁ ୧୬୮, କନ୍ଧମାଳରୁ ୮୬, କେନ୍ଦ୍ରାପଡାରୁ ୧୪୪, କେଉଁଝରରୁ ୧୨୮, ଖୋର୍ଦ୍ଧାରୁ ୧୪୩୦, କୋରାପୁଟରୁ ୬୪, ମାଳକାନଗିରିରୁ ୫୫, ମୟୁରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୧୧୩, ନୟାଗଡରୁ ୧୮୦, ନୂଆପଡାରୁ ୧୮୯, ପୁରୀରୁ ୧୧୭, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୩୮, ସୁବର୍ଣ୍ଣପୁରରୁ ୮୬, ସୁନ୍ଦରଗଡରୁ ୫୪୫ ଓ ଷ୍ଟେଟ ପୁଲ୍‌ରୁ ୨୯୧ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.