oom

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୩୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୯୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୧୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୭୨, ବାଲେଶ୍ୱରରୁ ୩୪, ବରଗଡରୁ ୨୫, ଭଦ୍ରକରୁ ୨୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୩୬, କଟକରୁ ୧୩୩, ଦେବଗଡରୁ ୨୭, ଢେଙ୍କାନାଳରୁ ୧୩, ଗଜପତିରୁ ୪୩, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୪୩, ଯାଜପୁରରୁ ୭୩, ଝାରସୁଗୁଡାରୁ ୩୯, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୪୯, କେଉଁଝରରୁ ୩୪, ଖୋର୍ଦ୍ଧାରୁ ୧୬୩, କୋରାପୁଟରୁ ୫୮, ମାଳକାନଗିରିରୁ ୩, ମୟୁରଭଞ୍ଜରୁ ୪୦, ନବରଙ୍ଗପୁରରୁ ୩୫, ନୟାଗଡରୁ ୫୯, ନୂଆପଡାରୁ ୫୭, ପୁରୀରୁ ୩୭, ରାୟଗଡାରୁ ୪୭, ସମ୍ବଲପୁରରୁ ୨୧, ସୁବର୍ଣ୍ଣପୁରରୁ ୨୭, ସୁନ୍ଦରଗଡରୁ ୧୩୯ ଓ ଷ୍ଟେଟ ପୁଲ୍‌ରୁ ୩୬ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.