
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଅଢେଇ ହଜାର ପାଖାପାଖି ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨ ହଜାର ୬୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷ ବୟସ ମଧ୍ୟରେ ୪୩୫ ଜଣ ସଂକ୍ରମିତ ରହିଥିବା ବେଳେ କ୍ୱାରେନ୍ଟାଇନ୍ରୁ ୧୫୬୮ ଏବଂ ଲୋକାଲ୍ କନ୍ଟାକ୍ଟରୁ ୧୧୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୫, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୩, ଭଦ୍ରକରୁ ୪୮, ବଲାଙ୍ଗିରରୁ ୯୮, ବୌଦ୍ଧରୁ ୪୮, କଟକରୁ ୧୩୮, ଦେବଗଡ଼ରୁ ୩୯, ଢେଙ୍କାନାଳରୁ ୪୦, ଗଜପତିରୁ ୫୯, ଗଂଜାମରୁ ୧୬, ଜଗତସିଂହପୁରରୁ ୬୭, ଯାଜପୁରରୁ ୧୨୭, ଝାରସୁଗୁଡ଼ାରୁ ୩୬, କଳାହାଣ୍ଡିରୁ ୯୫, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୦, କେଉଁଝରରୁ ୪୪, ଖୋର୍ଦ୍ଧାରୁ ୫୧୩, କୋରାପୁଟରୁ ୪୧, ମାଲକାନଗିରିରୁ ୧୮, ମୟୁରଭଂଜରୁ ୧୨୮, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୫୫, ପୁରୀରୁ ୬୩, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୮୫, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୨୯୧ ଏବଂ ଷ୍ଟେଟ୍ପୁଲ୍ରୁ ୧୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୩୦ ହଜାର ୪୯୩ ଜଣ ଏକ୍ଟିଭ୍ ସଂକ୍ରମିତ ରହିଥିବା କୁହାଯାଇଛି ।