ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବରଗଡରୁ ୧, ଭଦ୍ରକରୁ ୧, କଟକରୁ ୪, ଦେବଗଡରୁ ୩, କନ୍ଧମାଳରୁ ୨, ଖୋର୍ଦ୍ଧାରୁ ୧, ମୟୁରଭଞ୍ଜରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୧, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Prev Post