ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୨୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨, ବାଲେଶ୍ୱରରୁ ୧, ବଲାଙ୍ଗିରରୁ ୨, କଟକରୁ ୧, ଦେଓଗଡରୁ ୧, ଗଜପତିରୁ ୮, ଜଗତସିଂହପୁରର ୧, ଯାଜପୁରରୁ ୪, କନ୍ଧମାଳରୁ ୧, କେନ୍ଦ୍ରପଡାରୁ ୧୨, ଖୋର୍ଦ୍ଧାରୁ ୧୦, କୋରାପୁଟରୁ ୭ ମୟୁରଭଞ୍ଜରୁ ୨, ନବରଙ୍ଗପୁରରୁ ୧, ନୂଆପଡାରୁ ୩, ପୁରୀରୁ ୧, ସମ୍ବଲପୁରରୁ ୯, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲ୍‌ରୁ ୩ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.