om academy

ରାଜ୍ୟରେ ୮ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୭୨୯୧ ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୮ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୭୨୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୫୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୧୭୬୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୨୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୦୬୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୮୩, ବାଲେଶ୍ୱରରୁ ୩୪୩, ବରଗଡରୁ ୧୩୦, ଭଦ୍ରକରୁ ୯୭, ବଲାଙ୍ଗିରରୁ ୨୧୮, ବୌଦ୍ଧରୁ ୫୫, କଟକରୁ ୫୬୧, ଦେବଗଡରୁ ୬୨, ଢେଙ୍କାନାଳରୁ ୯୬, ଗଜପତିରୁ ୯୫, ଗଞ୍ଜାମରୁ ୫୦, ଜଗତସିଂହପୁରରୁ ୧୨୧, ଯାଜପୁରରୁ ୨୦୩, ଝାରସୁଗୁଡାରୁ ୮୩, କଳାହାଣ୍ଡିରୁ ୧୭୩, କନ୍ଧମାଳରୁ ୯୮, କେନ୍ଦ୍ରାପଡାରୁ ୧୦୯, କେଉଁଝରରୁ ୧୩୨, ଖୋର୍ଦ୍ଧାରୁ ୧୭୦୫, କୋରାପୁଟରୁ ୧୧୧, ମାଳକାନଗିରିରୁ ୫୭, ମୟୁରଭଞ୍ଜରୁ ୨୨୯, ନବରଙ୍ଗପୁରରୁ ୧୪୮, ନୟାଗଡରୁ ୧୯୨, ନୂଆପଡାରୁ ୧୬୦, ପୁରୀରୁ ୧୧୬, ରାୟଗଡାରୁ ୨୯୫, ସମ୍ବଲପୁରରୁ ୧୭୬, ସୁବର୍ଣ୍ଣପୁରରୁ ୨୮୨, ସୁନ୍ଦରଗଡରୁ ୬୪୬ ଓ ଷ୍ଟେଟ ପୁଲ୍‌ରୁ ୩୬୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.