jayashree

ଗତ ୨୪ ଘଂଟାରେ ୫୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୫୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୧୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୧୪, ବରଗଡ ୨, ଭଦ୍ରକରୁ ୮, ବଲାଙ୍ଗିରରୁ ୧, ବୌଦ୍ଧରୁ ୨, କଟକରୁ ୬୬, ଦେବଗଡରୁ ୨, ଢେଙ୍କାନାଳରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୦, ଝାରସୁଗୁଡାରୁ ୧, କନ୍ଧମାଲରୁ ୧, କେନ୍ଦ୍ରାପଡାରୁ ୪, ଖୋର୍ଦ୍ଧାରୁ ୨୫୪, କୋରାପୁଟରୁ ୩, ମୟୁରଭଂଜରୁ ୨୧, ନବରଙ୍ଗପୁରରୁ ୧, ନୟାଗଡରୁ ୫, ପୁରୀରୁ ୧୧, ରାୟଗଡାରୁ ୧, ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୧୯ ଓ ଷ୍ଟେଟ ପୁଲ୍‌ରୁ ୬୧ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.