oom

ଗତ ୨୪ ଘଂଟାରେ ୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୬ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୦୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫, ବାଲେଶ୍ୱରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୭, ବଲାଙ୍ଗିରରୁ ୧, କଟକରୁ ୮୨, ଦେବଗଡରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୧୯, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୯, କେଉଁଝରରୁ ୨, କୋରାପୁଟରୁ ୧୬, ଖୋର୍ଦ୍ଧାରୁ ୨୯୧, ମୟୁରଭଂଜରୁ ୨୨, ନୟାଗଡରୁ ୭, ପୁରୀରୁ ୯, ରାୟଗଡାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୨୩ ଓ ଷ୍ଟେଟ ପୁଲ୍‌ରୁ ୬୬ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.