ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୯୬ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ ଜଣ ୦ ରୁ ୧୮ ବର୍ଷ ବୟସର ସଂକ୍ରମିତ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨, ବାଲେଶ୍ୱରରୁ ୩୧, ବରଗଡ଼ରୁ ୯, ଭଦ୍ରକରୁ ୧୮, ବଲାଙ୍ଗିରରୁ ୪, କଟକରୁ ୧୧୩, ଦେବଗଡ଼ରୁ ୪, ଢେ଼ଙ୍କାନାଳରୁ ୮, ଗଜପତିରୁ ୧, ଗଂଜାମରୁ ୫, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୧୩, କେଉଁଝରରୁ ୮, ଖୋର୍ଦ୍ଧାରୁ ୧୮୮, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୁରଭଂଜରୁ ୨୧, ନବରଂଗପୁରରୁ ୫, ନୟାଗଡ଼ରୁ ୫, ପୁରୀରୁ ୨୦, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୯ ଓ ଷ୍ଟେଟ ପୁଲ୍‌ରୁ ୪୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.