jayashree

ଗତ ୨୪ ଘଂଟାରେ ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୫୭୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୨୫, ବରଗଡ଼ରୁ ୧, ଭଦ୍ରକରୁ ୧୪, ବଲାଙ୍ଗିରରୁ ୧୭, କଟକରୁ ୧୩୯, ଦେବଗଡ଼ରୁ ୯, ଢେ଼ଙ୍କାନାଳରୁ ୧୫, ଗଜପତି ୧, ଗଂଜାମରୁ ୮, ଜଗତସିଂହପୁରରୁ ୪୫, ଯାଜପୁରରୁ ୪୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୨୩, କେଉଁଝରରୁ ୧୩, ଖୋର୍ଦ୍ଧାରୁ ୩୭୩, କେରାପୁଟରୁ ୩, ମାଲକାନଗିରିରୁ ୧, ମୟୁରଭଂଜରୁ ୩୨, ନବରଂଗପୁରରୁ ୬, ନୟାଗଡ଼ରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୋନପୁର ୧, ସୁନ୍ଦରଗଡରୁ ୧୩ ଓ ଷ୍ଟେଟ ପୁଲ୍‌ରୁ ୮୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.