lika

ଗତ ୨୪ ଘଂଟାରେ ରାଜ୍ୟରେ ୧୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୪୩୨୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୫, ବାଲେଶ୍ୱରରୁ ୭୨, ବରଗଡ଼ରୁ ୩, ଭଦ୍ରକରୁ ୬୦, ବଲାଙ୍ଗିରରୁ ୪, ବୌଦ୍ଧରୁ ୪, କଟକରୁ ୧୩୫, ଦେବଗଡ଼ରୁ ୮, ଢେ଼ଙ୍କାନାଳରୁ ୭, ଗଂଜାମରୁ ୨, ଜଗତସିଂହପୁରରୁ ୬୩, ଯାଜପୁରରୁ ୪୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୬୬, କେଉଁଝରରୁ ୮, ଖୋର୍ଦ୍ଧାରୁ ୩୮୮, କୋରାପୁଟରୁ ୨, ମାଲକାନଗିରିରୁ ୪, ମୟୁରଭଂଜରୁ ୨୦, ନବରଂଗପୁରରୁ ୫, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୩, ପୁରୀରୁ ୪୮, ରାୟଗଡ଼ାରୁ ୬, ସମ୍ବଲପୁରରୁ ୧, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫ ଓ ଷ୍ଟେଟ ପୁଲ୍‌ରୁ ୭୬ ଚିହ୍ନଟ ହୋଇଛନ୍ତି ।

babaa
Leave A Reply

Your email address will not be published.