ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୪୨୧୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭୩ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୪୮୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୮, ବାଲେଶ୍ୱରରୁ ୧୭୪, ବରଗଡ଼ରୁ ୬୯, ଭଦ୍ରକରୁ ୧୯୪, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୨୫, କଟକରୁ ୪୮୦, ଦେବଗଡ଼ରୁ ୧୧, ଢେ଼ଙ୍କାନାଳରୁ ୫୭, ଗଜପତିରୁ ୧୭, ଗଂଜାମରୁ ୧୯, ଜଗତସିଂହପୁରରୁ ୮୧, ଯାଜପୁରରୁ ୨୬୭, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୧୪୭, କେଉଁଝରରୁ ୭୩, ଖୋର୍ଦ୍ଧାରୁ ୪୯୯, କୋରାପୁଟରୁ ୮୧, ମାଲକାନଗିରିରୁ ୮୨, ମୟୁରଭଂଜରୁ ୧୮୦, ନବରଂଗପୁରରୁ ୪୨, ନୟାଗଡ଼ରୁ ୧୨୬, ନୂଆପଡ଼ାରୁ ୧୬, ପୁରୀରୁ ୨୮୯, ରାୟଗଡ଼ାରୁ ୫୬, ସମ୍ବଲପୁରରୁ ୩୯, ସୋନପୁରରୁ ୪୩, ସୁନ୍ଦରଗଡ଼ରୁ ୯୦ ଓ ଷ୍ଟେଟ ପୁଲ୍ରୁ ୮୧ ଚିହ୍ନଟ ହୋଇଛନ୍ତି ।