centurian jitm

୩ ହଜାର ଉପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ୩ ହଜାର ଉପରେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୩୦ ଜଣ, ବଲାଙ୍ଗିର ବ୍ଲକରୁ ୧୧ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୮ ଜଣ, ବେଲପଡ଼ା ବ୍ଲକରୁ ୨୭ ଜଣ, ଦେଓଗାଁ ବ୍ଲକରୁ ୩୬ ଜଣ, ଗୁଡ଼ଭେଲା ବ୍ଳକରୁ ୩୧ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୧୪ ଜଣ, ଖପ୍ରାଖୋଲ ବ୍ଲକରୁ ୨୦ ଜଣ, ଲୋଇସିଂହା ବ୍ଲକରୁ ୧୩ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପୁଇଁନ୍ତଲା ବ୍ଲକରୁ ୧୭ ଜଣ, ସଇଁନ୍ତଲା ବ୍ଲକରୁ ୩୫ ଜଣ, ଟିଟିଲାଗଡ଼ ବ୍ଲକରୁ ଜଣେ, ତୁରେକେଲା ବ୍ଲକରୁ ୧୫ ଜଣ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୩୦୯୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.