om academy

ଟୀକା ନେବା ପରେ ବି ତିନିଜଣ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ କରୋନା ସଂକ୍ରମିତ

jsm

ଅନୁଗୁଳ : କୋଭିସିଲଡ଼ କରୋନା ଟୀକା ନେବାର ୬ ସପ୍ତାହ ପରେ ନାଲକୋ ଡାକ୍ତରଖାନାର ୩ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ନାଲକୋ ଡାକ୍ତରଖାନାର ଜୈନେକ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ପର୍ଯ୍ୟୟ ଟୀକା ନେଇଥିଲେ । ଟୀକା ନେବାର ୧ମାସ ବିତି ଯାଇଥିଲା । ଉକ୍ତ ଡାକ୍ତରଙ୍କ କୌଣସି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିନଥିଲା । ସେ ଏକ ଓପି.ଏସ୍.ସି ପରୀକ୍ଷା ଦେବା ପାଇଁ କରୋନା ପରୀକ୍ଷା କରିବା ଆବଶ୍ୟକତା ଥିଲା । ଏଣୁ ଉକ୍ତ ଡାକ୍ତର ପରୀକ୍ଷା କରିବା ପରେ ଗତକାଲି କରୋନା ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ଠିକ୍‌ ସେହିପରି ନାଲକୋ ଡାକ୍ତରଖାନାର ଅନ୍ୟ ଜଣେ ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀଙ୍କର ଥଣ୍ଡା କାଶ ହେବା ସହ ଅସୁସ୍ଥ ଲକ୍ଷଣ ଦେଖା ଯିବା ପରେ କରୋନା ପରୀକ୍ଷା କରିଥିଲେ ପରେ କରୋନା ସଂକ୍ରମଣ ବୋଲି ଜଣା ପଡିଥିଲା । ଏବେ ତିନିଜଣ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ସଂଘରୋଧରେ ଥିବା ଜଣାପଡିଛି । ଟୀକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ପ୍ରସ୍ତୁତ ହେବାରେ ସମୟ ଲାଗିପାରେ । ଲୋକମାନଙ୍କୁ ଟୀକାକରଣ ପରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ଓ ସତର୍କତା ଅବଲମ୍ବନ ନିହାତି ଆବଶ୍ୟକ ରହିଛି ବୋଲି ଉକ୍ତ ଡାକ୍ତର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.