ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ : ବଲାଙ୍ଗିର ପୌରାଂଚଳରୁ ୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୧୧ରୁ ୧, ୧୪ରୁ ୨, ୧୫ରୁ ୩, ୧୬ରୁ ୨, ୧୮ରୁ ୨, ୨ରୁ ୧, ୨୦ରୁ ୩, ୨୧ରୁ ୧, ୫ରୁ ୧, ୮ରୁ ୩ ଏବଂ ୬ରୁ ଜରେ ସଂକ୍ରମିତ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୩ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୨ ଜଣ, ବେଲପଡ଼ା ବ୍ଲକରୁ ୨ ଜଣ, ଦେଓଗାଁ ବ୍ଲକର ଉପରଝର ଗ୍ରା.ପ.ରୁ ୩୬ ଓ ବ୍ଲକରେ ସର୍ବମୋଟ ୩୮ ଜଣ, ଗୁଡ଼ଭେଲା ବ୍ଲକରୁ ୧୫ ଜଣ, କଂଟାବାଂଜି ଏନ୍‌ଏସିରୁ ୧୦ ଜଣ, ଖପ୍ରାଖୋଲ ବ୍ଲକରୁ ୨୪ ଜଣ, ପାଟଣାଗଡ଼ ବ୍ଲକରୁ ଜଣେ, ପାଟଣାଗଡ଼ ଏନ୍‌ଏସିରୁ ୪ ଜଣ, ଲୋଇସିଂହା ବ୍ଲକରୁ ୧୩ ଜଣ, ମୁରିବାହାଲ ବ୍ଲକରୁ ୨୮ ଜଣ, ପୁଇଁନ୍ତଲା ବ୍ଲକରୁ ୧୪ ଜଣ, ସଇଁନ୍ତଲା ବ୍ଲକ ଘୁନସର ଗ୍ରା.ପ.ରୁ ୨୧ ଜଣ ଓ ବ୍ଲକରୁ ସର୍ବମୋଟ ୩୦ ଜଣ, ଟିଟିଲାଗଡ଼ ବ୍ଳକରୁ ୨ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୨ ଜଣ, ତୁରେକେଲା ବ୍ଲକରୁ ୨ ଜଣ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୧୦ କରୋନା ସଂକ୍ରମିତ ହୋଇଥିବା ସୂଚନାରେ କୁହାଯାଇଛି । ଏବେ ଜିଲ୍ଲାରେ ୨୨୩୧ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.