centurian jitm

ପି.ଏମ୍‌ ପୋଷଣ ପାଚିକାଙ୍କ ରୋଷେଇ ପ୍ରତିଯୋଗିତା ଓ ତାଲିମ

nschool

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପି.ଏମ୍‌ ପୋଷଣରେ କାର୍ଯ୍ୟ କରୁଥିବା ପାଚିକାମାନଙ୍କ ୬ଟି ପର୍ଯ୍ୟାୟରେ ବ୍ଲକସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଗୋଷ୍ଠୀ ସହ – ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ଓ ସମ୍ମାନିତ ଅତିଥିଭାବେ ଜଗତ ମଲ୍ଲିକ ଯୋଗଦେଇ ପି.ଏମ.ପୋଷଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପାଚିକାମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ବେହେରାମାଲ, ସମଲେଇଚୁଆଁ, ସହଲା, ତମାମୁରା, ଚିନାଜୁରୀ, ଡୁଙ୍ଗୁରିପାଲି, ଶୁଖା, ଇଚ୍ଛାପୁର, ସର୍ଗୁଲ କ୍ଲଷ୍ଟରରୁ ପାଚିକା ତଥା ସହାୟିକା ଯୋଗଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ଜଳ ସଂରକ୍ଷଣ, ପୋଷଣ ବଗିଚା, ଅମ୍ଲାନ କାର୍ଯ୍ୟକ୍ରମ ବିଷୟରେ ତାଲିମ ନେଇଥିଲେ । ଗଜବନ୍ଧ ସି.ଆର୍‌.ସି.ସି ନରେନ୍ଦ୍ର କୁମାର ପୁରୋହିତ, ଚେରୁପାଲି ସି.ଆର୍‌.ସି.ସି ଦିଲୀପ କୁମାର ପଧାନ, ଅନ୍ଧାରିବାଞ୍ଜି ସି.ଆର୍‌.ସି.ସି ଚିତ୍ତରଞ୍ଜନ ଠାକୁର, ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ, ପିଏମ ପୋଷଣ ତଥ୍ୟ ପରିଚାଳକ ବିନାୟକ ମିଶ୍ର ତାଲିମ ପ୍ରଦାନ କରିଥିଲେ । ପାଚିକାମାନଙ୍କ ମଧ୍ୟରେ ଅନୁଷ୍ଠିତ ରୋଷେଇ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ସି.ଆର୍‌.ସି.ସି ପ୍ରବୀର ଭୋଇ ସର୍ଗୁଲ ସି.ଆର୍‌.ସି.ସି ନୀଳକଣ୍ଠ ନାଏକ, ବେହେରାମାଲ ସିଆରସିସି ସୁରେନ୍ଦ୍ର କୁମାର ରଥ, ସହଲା ସି.ଆର୍‌.ସି.ସି ରଞ୍ଜନ କୁମାର ଦାଶ, ତମାମୁରା ସି.ଆର୍‌.ସି.ସି ଶୁଭଲାଲ ସାହୁ, ଇଚ୍ଛାପୁର ସି.ଆର୍‌.ସି.ସି ସୁଧାଂସୁ ଶେଖର ସାହୁ, ଚିନାଜୁରୀ ସି.ଆର୍‌.ସି.ସି ରମେଶ ଭୋଇ, ଶୁଖା ସି.ଆର୍‌.ସି.ସି ସୁରେଶ କୁମାର ନାୟକ ଛଞ୍ଛାନି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଜୁଆଡ଼ି ଓ ସହକାରୀ ଶିକ୍ଷକ ଆଦିତ୍ୟ କୁମାର ବିଶ୍ୱାଳ, ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ଖମାରୀ, କୁଢାରୀକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥବିର ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନପତ୍ର ବିତରଣ କରିଥିଲେ । ବିଭୁତି ପଧାନ, ଇନ୍ଦ୍ରା ବଗର୍ତି, ସବିତା ଚନ୍ଦନ, ସୁଷମା ଦିଶିରୀ ସହଯୋଗ କରିଥିଲେ । ଶେଷରେ ବଡ଼ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ନିର୍ବାଣୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.