centurian jitm

କଂଗ୍ରେସ ମିଡ଼ିଆ ସେଲ୍ କୋ-ଅଡ଼ିନେଟର ଭାବେ ମହେଶ କୁମାର ଗୌଡ଼ଙ୍କୁ ନିଯୁକ୍ତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନ କ୍ଷେତ୍ର ଅନ୍ତର୍ଭୁକ୍ତ ସାମାଜିକ ଗଣମାଧ୍ୟମ ଓ ମିଡ଼ିଆ ସମ୍ପର୍କରେ ଖବର ପ୍ରଚାରିତ କରିବା ଅବା ମିଡ଼ିଆ ଯୋଗାଯୋଗ ଓ ଲୋକ ସମ୍ପର୍କ କାର୍ଯ୍ୟରେ ବ୍ରହ୍ମପୁରରୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଛତ୍ରପୁର କଲେଜ ଛାତ୍ରନେତା ମହେଶ କୁମାର ଗୌଡ଼ଙ୍କୁ ନିଯୁକ୍ତି ମିଳିଛି ।

ଓଡ଼ିଶାର ୨୦ଟି ସ୍ଥାନରେ ୨୦ଜଣଙ୍କୁ ଅବୈତନିକ ଭାବେ ଏହି ମିଡ଼ିଆ କୋ-ଅଡ଼ିନେଟର ଭାବେ ନିଯୁକ୍ତି ମିଳିଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଜାତୀୟ ଯୁବ- କଂଗ୍ରେସର ମୁଖ୍ୟ ମୁନା ଜେନାଙ୍କଠାରୁ ମିଳିଥିବା ବିଜ୍ଞପ୍ତିରୁ ଏ ସମ୍ପର୍କରେ କୁହାଯାଇଛି । ଛାତ୍ର ନେତା ମହେଶ କୁମାର ଗୌଡ଼ଙ୍କୁ ଏହି ଦାୟିତ୍ଵ ମିଳିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଛାତ୍ର ରାଜନୀତିରୁ ଜଣେ ସୁସଂଗଠକ ଭାବେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଛାତ୍ର ଓ ଯୁବକମାନଙ୍କୁ ସଂଗଠିତ କରି ଦଳକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ମହେଶ କୁମାର ଗୌଡ଼ଙ୍କୁ ଉକ୍ତ ଦାୟିତ୍ଵ ମିଳିଥିବାରୁ ଶ୍ରୀ ଗୌଡ଼ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ଗଣମାଧ୍ୟମ ସେଲ୍ ଚେୟାରମେନ୍ ଜଗତ ଜୀବନ ମହାନ୍ତି, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା, ରାଜ୍ୟ ଅନୁସୂଚିତ୍ ଜାତି ସେଲ୍ ସଂଯୋଜକ ଭାଗିରଥି ବେହେରା, ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥୀ ଏବଂ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସେ ଧନ୍ୟବାଦ୍ ସହ ସାଧୁବାଦ ଜଣାଇ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଆଗାମୀ ଦିନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ସାମାଜିକ ଗଣମାଧ୍ୟମ ସେଲ୍‌କୁ ସୁଦୃଢ଼ କରି କଂଗ୍ରେସ ଦଳର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଛାତ୍ରନେତା ଶ୍ରୀ ଗୌଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.