କଂଗ୍ରେସ କର୍ମୀଙ୍କୁ ବିଜେଡିର ଆକ୍ରମଣ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁର ଜ଼ିଲ୍ଲାରେ ଗତ ୨୫ ତାରଖି ଦିନ ହେଲ୍‌ଥ କାର୍ଡ ବଣ୍ଟନର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ ଓ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ହିତାଧିକାରୀଙ୍କୁ ୱାର୍ଡକୁ ୱାର୍ଡ ବୁଲି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ତେବେ ଏହି ସମୟରେ ବିଜେପି ନଗର ସଭାପତି ଜ୍ୟୋତି ତ୍ରିପାଠୀ ବହୁ ଚର୍ଚ୍ଚିତା ମମିତା ମେହେର ଘଟଣାକୁ ନେଇ କଳା ପତାକା ପ୍ରଦର୍ଶନ କରି ପ୍ରତିବାଦ କରିଥିବା ବେଳେ ସାଶକ ଦଳର କିଛି ଗୁଣ୍ଡା ଶ୍ରୀ ତ୍ରିପାଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସହ କଂଗ୍ରେସ ଦଳର ବିନିକା ବ୍ଲକର ଦୁଇଜଣ ଛାତ୍ର ନେତାଙ୍କୁ ମଧ୍ୟ ସନ୍ଧେହ କରି ଉକ୍ତ ଗୁଣ୍ଡା ମାନେ ମାଡ ମାରିଥିଲେ । ତେବେ ଏହାକୁ ପ୍ରତିବାଦ କରି ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଆୟାଜିତ କରାଯାଇ ଶାସକ ଦଳର ଏହି ଗୁଣ୍ଡା ଗର୍ଦିକୁ ଦୃଢ଼ ନିନ୍ଦା କରିବା ସହ ତିନି ଦିନ ମଧ୍ୟରେ ଯଦି ଏହି ଦୋଷୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ । ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସାରା ଜିଲ୍ଲା ତଥା ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

jittmm
Leave A Reply

Your email address will not be published.