ଭୁବନେଶ୍ୱର, (କେପିଏନ୍ଏସ୍) : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସମ୍ପ୍ରତି କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଛି । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼ୋ(ପରିବର୍ତ୍ତନ) ଯାତ୍ରା’ ଆସନ୍ତା ୩୧ ତାରିଖ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କଠାରୁ ଆରମ୍ଭ ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଏହି ଯାତ୍ରାକୁ ରାଜ୍ୟର ୩୩ଟି କଂଗ୍ରେସ ସାଙ୍ଗଠନିକ ଜିଲ୍ଲାରେ ସଫଳତାର ସହ ଅନୁଷ୍ଠିତ କରାଇବା ପାଇଁ ପିସିସି ସଭାପତି ଏକ ‘ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ କମିଟି’ ଗଠନ କରିଛନ୍ତି । ଜିଲ୍ଲାରେ କାର୍ଯ୍ୟକ୍ରମ ସଫଳ ହେବା ନିମନ୍ତେ ଏହି କମିଟି ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି । ଏହି କମିଟିରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଧ୍ୟକ୍ଷ ରହିଥିବା ବେଳେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସହ ଅଧ୍ୟକ୍ଷ ଏବଂ ସଞ୍ଜୟ ତ୍ରିପାଠୀ ଆବାହକ ଭାବେ ରହିଛନ୍ତି । ଅନ୍ୟତମ ସଭ୍ୟ ଭାବେ ନେତୃବୃନ୍ଦ ସୁଦର୍ଶନ ଦାସ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ସଞ୍ଜୀବ ଗିରି, ବିଶ୍ୱଜିତ ଦାଶ, ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ଦୁର୍ଗାପ୍ରସାଦ ପାଢ଼ୀ ପ୍ରମୁଖ ଅଛନ୍ତି ବୋଲି କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।