oom

ବିଭୂତି ମହାଖୁଡ଼ ହେଲେ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ

jsmm

ମ.ରାମପୁର, (ହେମନ୍ତ ସାହୁ) : ଯୁବନେତା ତଥା ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ମନୋନୀତ ହୋଇଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହେଇଥିବା ବିଭୂତି ମହାବିଦ୍ୟାଳୟରେ ଛାତ୍ର ଥିବା ବେଳେ କ୍ରୀଡ଼ା ସଂପାଦକ, ସାଂସ୍କୃତିକ ସଂପାଦକ, ସାଧାରଣ ସଂପାଦକ, ଉପସଭାପତି ରହିବା ସହିତ ଦୁଇ ଥର ବ୍ଲକ ଛାତ୍ର କଂଗ୍ରେସ ସଭାପତି, ଯୁବକଂଗ୍ରେସ ସଭାପତି, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତିଯୁବ କଂଗ୍ରେସ, ମ.ରାମପୁର ବ୍ଲକ କଂଗ୍ରେସ ସଭାପତି(ଦୁଇଥର) ରହି ନିଜର ନିଷ୍ଠାପର ଉଦ୍ୟମ ପାଇଁ ସେ ଜିଲ୍ଲା ସାଧାରଣ ସଂପାଦକ ଭାବରେ ମନୋନୀତ ହେଇପାରିଛନ୍ତି । ସେ ମ.ରାମପୁର ଗ୍ରାମ ପଂଚାୟତର ସରପଂଚ ରହି ମଧ୍ୟ ଲୋକଙ୍କ ପ୍ରିୟଭାଜନ ହେଇପାରିଥିଲେ । ବିଧିବଦ୍ଧ ଭାବରେ ତାଙ୍କରି ନାମ ଘୋଷଣା ପରେ ସେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଅନ୍ୟମାନଙ୍କୁ ନିଜର କୃତଜ୍ଞତା ଜଣାଇଥିବା ବେଳେ ବିଭିନ୍ନ ମହଲରୁ ଶ୍ରୀ ମହାଖୁଡ଼ଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.