ବ୍ଳକ ସମୁଖରେ ପାଟଣାଗଡ଼ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପାଟଣାଗଡ଼ କଂଗ୍ରେସ ପକ୍ଷରୁ ବ୍ଳକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନଗର କଂଗ୍ରେସ ସଭାପତି ଅନିଳ ମେହେରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ପିସିସି ସଭ୍ୟ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ପୁରୋହିତ ଯୋଗ ଦେଇ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଓ ନିତ୍ୟ ବ୍ୟବହାର୍ୟ୍ୟ ଦ୍ରବ୍ୟର ଦର ବୃଦ୍ଧି କରୁଥିବା ଯୋଗୁଁ ଲୋକେ ତଳିତଳାନ୍ତ ହେଉଥିବା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ବିପତ୍ତି ସମୟରେ ଲୋକେ ଦୁର୍ଦ୍ଧିନ ଭାବରେ ଜୀବନ ଅତିବାହିତ କରୁଥିବା ବେଳେ ଦର ବୃଦ୍ଧି ପାଉଥିବା କେନ୍ଦ୍ର ସରକାରଙ୍କ ଅପାରଗତା ଦୁର୍ବଳ ବୋଲି ଶ୍ରୀ ପୁରୋହିତ ନିନ୍ଦା କରିଛନ୍ତି । ଅନ୍ୟ ପକ୍ଷରେ ଚାଷୀର ଧାନ ଅଭାବି ବିକ୍ରି ଦେଖାଯାଉଥିବା ବେଳେ କମ୍ ମୂଲ୍ୟରେ ବାହାରରେ ଚାଷୀ ବିକ୍ରି କରୁଛି । ଧାନ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ସହାୟକ ମୂଲ୍ୟ ବୃଦ୍ଧି କରିବାକୁ, ଅଭାବି ବିକ୍ରି ଦୂର କରିବା, ଟୋକନ ମିଳିଥିବା ଚାଷୀ ଧାନ ବିକିବା, ବିହନ ସାର ଯୋଗାଇ ଦେବା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବନମାଳୀ ମେହେର, ଚନ୍ଦ୍ରଶେଖର ବରିହା ସିଦ୍ଧାର୍ଥ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.