ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (କେପିଏନ୍‌ଏସ୍‌) : ପ୍ରଦେଶ ଯୁବ କଂଗ୍ରେସ କମିଟିର ସଭାପତି ରଞ୍ଜିତ ପାତ୍ର ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଉରକେଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାଟି ସାରା ଓଡିଶାବାସୀଙ୍କୁ ମର୍ମାହତ କରିଥିବା ବେଳେ ଯେଉଁମାନେ ତାଙ୍କ ମୃତ୍ୟୁରେ ଦାୟୀ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ରାଉରକେଲା ଛାତ୍ର ଓ ଯୁବ କଂଗ୍ରେସ ଦାବି କରିଛି । କଂଗ୍ରେସର କହିବା ଅନୁଯାୟୀ ପୀଡିତା ଦୀର୍ଘ ୬ ମାସ ହେବ କଲେଜ କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ, ଉଚ୍ଚଶିକ୍ଷା ବିଭାଗର ଦ୍ୱାରସ୍ତ ହେଲା ପରେ ବି ନ୍ୟାୟ ମିଳି ନଥିଲା । ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ତେଣୁ ସର୍ବଶେଷରେ ନିଜ ପ୍ରାଣ ହାରିଥିଲେ । ଛାତ୍ରୀ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶତାଧିକ କଂଗ୍ରେସ କର୍ମୀ ଅତରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ପୂର୍ବତନ ସଭାପତି ରବି ରାୟ, ପ୍ରବୋଧ ଦାସ, ସୂର୍ଯ୍ୟକାନ୍ତ ବାରିକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.