୧୭ରୁ କ୍ଷିତିଜ୍‌-ଇଷ୍ଟର୍ନ ରିଜିଓନାଲ କନ୍‌ଫରେନ୍ସ-୨୦୨୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍ଟସ୍‌ ଓଡ଼ିଶା ଚାପ୍ଟର ପକ୍ଷରୁ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ ‘କ୍ଷିତିଜ୍‌-ଇଷ୍ଟର୍ନ ରିଜିଓନାଲ କନ୍‌ଫରେନ୍ସ-୨୦୨୨’ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି । ଏପରିକି ଉକ୍ତ ସମ୍ମିଳନୀ ଚଳିତ ମାସ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ହୋଟେଲ ମେ ଫେୟାର କନ୍‌ଭେନସନ୍‌ ସେଣ୍ଟରରେ ଆୟୋଜିତ ହେବ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଇଆଇଏ ଓଡିଶା ଚାପ୍ଟର ପକ୍ଷରୁ ରବିବାର ସ୍ଥାନୀୟ ପ୍ରେସକ୍ଲବଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଏ ସମ୍ପର୍କରେ ଆଇଆଇଏ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଆର୍କିଟେକ୍ଟ ରାଜ୍‌ କନ୍‌ୱର ନାୟକ କହିଥିଲେ, ଆମେ ଖୁବ୍‌ ଆନନ୍ଦର ସହ ପୂର୍ବଭାରତର ଆର୍କିଟେକ୍ଟମାନଙ୍କର ସର୍ବବୃହତ ସମ୍ମିଳନୀ ‘ଇଆରସି-୨୦୨୨’ ଆୟୋଜନ ବିଷୟ ଘୋଷଣା କରୁଛୁ । ଏହି ସମ୍ମିଳନୀରେ ସଦସ୍ୟମାନଙ୍କର ବୃତ୍ତିଗତ ମାନଦଣ୍ଡକୁ ଆଗକୁ ବଢାଇବା ସହ ସମାଜର ଅର୍ଥନୀତି ତଥା ସଂସ୍କୃତିର ସ୍ଥାୟୀ ଏବଂ ସୁସଂଗଠିତ ଅଭିବୃଦ୍ଧି କ୍ଷେତ୍ରରେ ଆର୍କିଟେକ୍ଟମାନଙ୍କର ମୂଳ ବିସ୍ତାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଉକ୍ତ କାର୍ଯ୍ୟକ୍ରମର ଶୀର୍ଷକ କ୍ଷିତିଜ୍‌-ଦି ରାଇଜିଂ ଆର୍କିଟେକ୍ଚରାଲ ହୋରାଇଜନ୍‌ ଆମର ପ୍ରଗତିଶୀଳ ବୃତ୍ତିକୁ ପରିପ୍ରକାଶ କରେ । ଇଆରସି-୨୦୨୨ରେ ଆଞ୍ଚଳିକ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ଥପତି, ବକ୍ତା, ପ୍ରତିନିଧି, ଟେକନିକାଲ ପାର୍ଟନର, ଛାତ୍ରୀଛାତ୍ର, ବୃତ୍ତିଗତ ଶିଳ୍ପ ପ୍ରତିନିଧି ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମତ ଆଦାନ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.