ବରଗଡ ମହିଳା ସମିତିର ୨୦୨୩-୨୪ ପାଇଁ ନୂଆ ପରିଚାଳନା କମିଟି ଗଠନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମହିଳା ସମିତିର ନୂତନ ପରିଚାଳନା ସମିତିର ଗଠନ ଉପଦେଷ୍ଟା ସରଦାର ପ୍ରୀତମ ସିଂହ ଏବଂ ପ୍ରସନ୍ନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ଶ୍ରୀମତୀ ରାଧାରାଣୀ ମିଶ୍ର ସଭାପତି ଭାବେ, ଶ୍ରୀମତୀ ଅଞ୍ଜନା ଦାସ ଉପସଭାପତି ଭାବେ, ଶ୍ରୀମତୀ ମନ୍ଦାକିନୀ ପତି ସମ୍ପାଦକ ଭାବେ, ଶ୍ରୀମତୀ ଦେବକୀ ମେହେର ସହସମ୍ପାଦକ ଭାବେ, ଶ୍ରୀମତୀ ଜୟଶ୍ରୀ ପଣ୍ଡା ଓ ମମତା ମିଶ୍ର ଦ୍ୱୟ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ତା’ସହିତ ୭ଜଣ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ ହେଲେ ଯଥା ବରିଷ୍ଠ ସଦସ୍ୟା ଶ୍ରୀମତୀ ଗୀତା ମିଶ୍ର, ଶ୍ରୀମତୀ ଅନୁପମା ଦାଶ, ପ୍ରତିମା ବାରିକ, ଜୟଗୀତା ପଣ୍ଡା, ପ୍ରୀତି ଗୁରୁ, ସୁନିତା କର ଓ ବନଶ୍ରୀ ପାତ୍ର । ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ସମିତି ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟ ଯଥା ଚକ୍ଷୁ ଶିବିର, ମହାନ୍ତି ବନ୍ଧର ପୁନଃ ଉଦ୍ଧାର, ପାର୍ବତୀଗିରିଙ୍କ ନିର୍ମିତ ମୂର୍ତ୍ତିର ଉନ୍ମୋଚନ ଇତ୍ୟାଦି କରିବା ପାଇଁ ଶ୍ରୀମତୀ ଗୀତା ମିଶ୍ର ମାର୍ଗଦର୍ଶନ କରିଥିଲେ । ଶେଷରେ ଅନୁପମା ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ ହୋଇଥିଲା ।

Leave A Reply

Your email address will not be published.