oom

ଜିଜ୍ଞାସା କୋଚିଂ ସେଣ୍ଟର ଛାତ୍ରୀ କଲେଜ ଟପ୍ପର

jsmm

ଭୋଗରାଇ : (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୁଭଦ୍ରା ସାହୁ ମୋଟ୍ ୪୮୪ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି । ସୁଭଦ୍ରା ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆରୁହାବୃତ୍ତି ନଂ -୨ ଗ୍ରାମର ଚାଷୀ ଲକ୍ଷ୍ମୀଧର ସାହୁ ଓ ମାତା ଅର୍ଚ୍ଚନା ସାହୁଙ୍କ ଝିଅ ଅଟନ୍ତି । ସୁଭଦ୍ରା ସ୍ୱତନ୍ତ୍ରଭାବେ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ କୋଚିଂ ନେଉଥିଲେ । ସେ ନିଜ ସଫଳତାର ଶ୍ରେୟ ଆନନ୍ଦମୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଳକା ଦାସ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଗଜାନନ ମହାପାତ୍ର, ଜୟଦେବ ଦାସ, ସରପଞ୍ଚ ମଞ୍ଜୁରାଣୀ ବେହେରା, ଅଧ୍ୟାପକ ସରୋଜ କୁମାର ଦାସ, ଶିକ୍ଷକ ଦେବବ୍ରତ ଦେ, ସଞ୍ଜୟ କୁମାର ମୁଦୁଲି, ସତ୍ୟବ୍ରତ ଦାସ ଅଧିକାରୀଙ୍କ ସହ ଗ୍ରାମବାସୀ ବନ୍ଧୁବାନ୍ଧବଙ୍କୁ ଦେଇଛନ୍ତି । ସୁଭଦ୍ରା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି ।

jittmm
Leave A Reply

Your email address will not be published.