- ଅଞ୍ଚଳରେ ଖୁସିର ଲହଁରୀ
ମ.ରାମପୁର (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଅଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ଗ୍ରାମର ପାଞ୍ଚ ଜଣ ଶିକ୍ଷାବିତ ଘନ ଶ୍ୟାମ ବଗର୍ତ୍ତି, ଖଗେଶ୍ୱର ରଣ, ପିତାମ୍ବର ନାଗ ,୰ ସୁରେନ୍ଦ୍ର ରଣା ଓ ୰ ତ୍ରିନାଥ ରାଣ ୦୭/୦୭/୧୯୮୩ରେ ପଞ୍ଚସଖା ନାମରେ ଏକ ହାଇସ୍କୁଲ ଆରମ୍ଭ କରିଥିଲେ । ୦୭/୦୬/୧୯୯୪ରେ ସମ୍ପୂର୍ଣ୍ଣ ସରକାରୀ ହୋଇ ଶିକ୍ଷା କ୍ଷେତ୍ର ରେ ଆଗକୁ ବଢି ଚାଲିଲା । ଚିଠି ସଂଖ୍ୟା ୭୩୨୩ / ୧୪/୦୭/୨୦୨୫ ଫାଇଲ ନ. (M/HSS) ୩୯୫/୨୫ ଅନୁସାରେ ୨୦୨୫- ୨୬ଠାରୁ ପଞ୍ଚସଖା ଉଚ୍ଚ ମାଧ୍ୟମିକ(+୨ କଳା) କୁ ଉପଗ୍ରେଡ ହୋଇଚଳିତ ଶିକ୍ଷା ବର୍ଷ ୧୨୮ ଗୋଟିସିଟ ଥିବାବେଳେ, ସାହିତ୍ୟ, ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ଉପଲବ୍ଧ ଅଛି, ଏଥିପାଇଁ ସ୍କୁଲ ପ୍ରତିଷ୍ଠାତା, ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର, ଅଶୋକ ବିଶ୍ୱାଳ, ସମସ୍ତ ଶିକ୍ଷକ, ବୁଦ୍ଧିଜୀବୀ, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟି, ଅଞ୍ଚଳବାସୀ ଓଡିଶା ସରକାର ଏବଂ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ।